ସମ୍ବଲପୁର, ୩/୯ : ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ତେଣୁ ପର୍ଯ୍ୟାୟ କ୍ରମେ ଗେଟ୍ ବନ୍ଦ କରାଯାଉଛି। ମହାନଦୀରେ ବନ୍ୟାଜଳ ପରିମାଣ କମିବାରେ ଲାଗିଛି । ଏହା ସହିତ ବନ୍ୟା ଆଶଙ୍କା ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୩ଟି ଗେଟକୁ ବନ୍ଦ କରାଯାଇଛି । ଫଳରେ ଏବେ ୧୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।
ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ୬୨୪.୨୫ ଫୁଟ ଜଳ ରହିଛି । ଏବେ ଏହି ଜଳଭଣ୍ଡାରକୁ ଘଣ୍ଟାକୁ ହାରାହାରି ୨ଲକ୍ଷ ୭୮ ହଜାର ୩୫୪ କ୍ୟୁସେକ ଜଳ ପ୍ରବେଶ କରୁଛି ।