ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ; ୭ ଜଣଙ୍କ ମୃତ୍ୟୁ

ରାୟପୁର, ୫/୯ : ରାୟପୁର ନିକଟ ମନ୍ଦିରହସୌଦରେ ଦ୍ରୁତଗାମୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ଏକ ବସ୍ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବାବେଳେ ଏକ ଟ୍ରକ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଂଚି ପୋଲିସ ସମସ୍ତ ଆହତଙ୍କୁ ମେକାହାରା ହସ୍ପିଟାଲରେ ଭର୍ତ୍ତି କରିଛି । ପାଖାପାଖି ୭ ଜଣ ଶ୍ରମିକ ଆହତ ହୋଇଛନ୍ତି । କିଛି ଆହତ ଶ୍ରମିକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ମନ୍ଦିରହସୌଦ ପୋଲିସ ମାମଲା ରୁଜୁ କରି ଟ୍ରକ ଜବତ କରିବା ସହିତ ଘଟଣାର ତଦନ୍ତ କରୁଛି ।