କ୍ରମାଗତ ଭାବରେ ନିଜର ସ୍ୱରୂପ ବଦଳାଉଛି କରୋନା ଭାଇରସ : ରିପୋର୍ଟ

ଭୋପାଳ : ସାରା ବିଶ୍ୱରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ମାମଲା ୨ କୋଟି ୬୧ ଲକ୍ଷ ଅତିକ୍ରମ କରିଥିବାବେଳେ ଏହି ଭୂତାଣୁ ଆଠ ଲକ୍ଷ ୬୪ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି। ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱରେ କରୋନାର ଏକ ପ୍ରଭାବଶାଳୀ ଟୀକା ତିଆରି କରିବାର କାର୍ଯ୍ୟ ଅହରହ ଚାଲିଛି, କିନ୍ତୁ ଏହି ଭୂତାଣୁର ପରିବର୍ତ୍ତିତ ପ୍ରକୃତି ବୈଜ୍ଞାନିକମାନଙ୍କର ଚିନ୍ତା ବଢ଼ାଇଦେଇଛି। ମଧ୍ୟପ୍ରଦେଶର AIIMSରେ କରୋନା ବିଷୟରେ ଗବେଷଣା ଚାଲିଥିଲାବେଳେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମନାକୁ ଆସିଛି। ଅନୁସନ୍ଧାନ ଅନୁଯାୟୀ, ଏହି ଭୂତାଣୁ କ୍ରମାଗତ ଭାବରେ ନିଜର ସ୍ୱରୂପ ପରିବର୍ତ୍ତନ କରୁଛି, ଯେଉଁଥିପାଇଁ ଟିକା ତିଆରି କରିବାରେ ସମସ୍ୟା ରହିଛି । AIIMS, ଭୋପାଳର ନିର୍ଦ୍ଦେଶକ ପ୍ରଫେସର ସରମାନ ସିଂଙ୍କ ନେତୃତ୍ୱରେ ହୋଇଥିବା ଅନୁସନ୍ଧାନରେ ଏହି ଜିନିଷଗୁଡିକ ପ୍ରକାଶ ପାଇଛି।