ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ଯବାନ ସହୀଦ, ୨ ଆହତ

ଶ୍ରୀନଗର, ୬/୯ : ଜମ୍ମୁ କଶ୍ମୀରର କୁପଓ୍ଵାଡା ଜିଲ୍ଲାର ନାଓଗାଁ ସେକ୍ଟରରେ ଗତକାଲି ଭାରତୀୟ ସେନାର ଜଣେ ଯବାନ ସହୀଦ ହୋଇଛନ୍ତି। ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ପାକିସ୍ତାନୀ ସେନା ନିୟନ୍ତ୍ରଣ ରେଖାର ନାଓଗାଁ ସେକ୍ଟରରେ ଗତକାଲି ସକାଳୁ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ପ୍ରତିରକ୍ଷା ମୁଖପାତ୍ର କର୍ଣ୍ଣେଲ ରାଜେଶ କାଲିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶହିଦ ହୋଇଥିବା ଯବାନଙ୍କ ନାଁ ଜ୍ଞାନେନ୍ଦ୍ର ଭୂପେନ୍ଦ୍ର ସିଂହ।