ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ : ରିକ୍ଟର ସ୍କେଲରେ ତିବ୍ରତା ୪.୩

ନୂଆଦିଲ୍ଲୀ, ୬/୯ : ଆଜି ସକାଳ ୬.୩୮ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୪.୩ ରେକର୍ଡ଼ କରାଯାଇଛି। ଏନସିଏମ ଅନୁଯାୟୀ ଏହାର ଗଭୀରତା ୮୨ କିଲୋମିଟର ଥିଲା।

ମହାରାଷ୍ଟ୍ରର ପାଲଘରରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତିବ୍ରତା ରିକ୍ଟର ସ୍କେଲରେ ୨.୫ ରେକର୍ଡ଼ କରାଯାଇଛି। ଏନସିଏମ ଅନୁଯାୟୀ ଏହାର ଗଭୀରତା ୫ କିଲୋମିଟର ରେକର୍ଡ଼ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପାଲଘରରେ ଭୂମିକମ୍ପର ଝଟକା ଭୋର ୪ଟା୫୮ରେ ହୋଇଥିବା ବେଳେ ନିକୋବର ଠାରୁ ଅରୁଣାଞ୍ଚଳପ୍ରଦେଶ ଭୂମିକମ୍ପ ଝଟକାରେ ଥରି ଉଠିଥିଲା। ଅରୁଣାଞ୍ଚଳର ତୱାଙ୍ଗରେ ଭୂମିକମ୍ପର ତିବ୍ରତା ୩.୪ ରେକର୍ଡ଼ ହୋଇଛି। ସକାଳ ୭ଟା୩୦ରେ ତୱାଙ୍ଗରେ ଭୂମିକମ୍ପ ହୋଇଥିବା ଜଣାପଡ଼ିଛି। ଗତ ୨ ଦିନ ମଧ୍ୟରେ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ସ୍ଥାନରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ସେପ୍ଟେମ୍ବର ୪ରେ ମହରାଷ୍ଟ୍ରର ରାଜଧାନୀ ମୁମ୍ବଇରେ ଓ ୫ ସେପ୍ଟେମ୍ବରରେ ମହାରାଷ୍ଟ୍ରର ନାସିକରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ମାତ୍ର ଏଥିରେ କୌଣସି ଧନଜୀବନ କ୍ଷତି ହୋଇନଥିଲା ବୋଲି ସୂଚନା ମିଳିଛି।