ନୂଆଦିଲ୍ଲୀ, ୬ /୯: ମହାମାରୀ କରୋନା ଭାଇରସ ଯୁକ୍ତରାଷ୍ଟ୍ର ଆମେରିକାରେ ଅଧିକ କାୟା ବିସ୍ତାର କରିଛି । ଏଠାରେ ୬୪ ଲକ୍ଷ ୩୧ ହଜାର ୧୪୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୯୨ ହଜାର ୮୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୩୭ ଲକ୍ଷ ୭ ହଜାର ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୩୧ ହଜାର ୩୨୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୯୪୨ ଜଣ ଗୁରୁତର ଅଛନ୍ତି ।