ଭୁବନେଶ୍ୱର,୬/୯: ଲକ୍ଡାଉନ୍ ସମୟରେ ରାଜଧାନୀରେ ଘଟିଛି ଏକ ସମ୍ବେଦନଶୀଳ ଘଟଣା । ୧୩ ବର୍ଷର ଜଣେ ନାବାଳିକାକୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ କରୁଥିଲେ ଏକ ପ୍ରମୁଖ ଟିଭି ଚ୍ୟାନେଲ୍ର ଏକାଧିକ କର୍ମଚାରୀ । ସେମାନଙ୍କ ସହ ପୁଲିସ ବି ସାମିଲ ଥିଲା । ପୁଲିସ ଭୟରେ ଚୁପ ଥିବା ପୀଡ଼ିତା ଓ ତାଙ୍କ ମା’ ଘଟଣାର ପ୍ରାୟ ୩ ମାସ ପରେ ସଂପୃକ୍ତ ଘରୋଇ ଟିଭି ଚ୍ୟାନେଲ ଓ ପୁଲିସ ବିରୋଧରେ ଏତଲା ଦେବାକୁ ସାହସ ଜୁଟାଇବାରେ ସମର୍ଥ ହୋଇଛନ୍ତି ।
ନ୍ୟାୟ ପାଇଁ ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକାଙ୍କ ମା’। ଘଟଣାକୁ କମିଶନରେଟ୍ ପୁଲିସ୍ ଅତ୍ୟନ୍ତ ଗମ୍ଭୀରତାର ସହ ନେଇ ତଦନ୍ତ କରୁଛି । ଏଥିପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଚାଲିଛି । ଶନିବାର ଏକ ଟିମ ସଂପୃକ୍ତ ଟିଭି ଚ୍ୟାନେଲ ଅଫିସକୁ ଯାଇ କର୍ତ୍ତୃପକ୍ଷଙ୍କୁ ୪ ଘଣ୍ଟା ଧରି ପଚରାଉଚରା କରି ଫେରିଛି। ତେବେ ଦେଖାଯାଉ ଏହି ମାମଲାର ତଦନ୍ତ କେଉଁଆଡେ ଯିବ ।