ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା, ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ଯେ, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ କଙ୍ଗନା ଆରମ୍ଭରୁ ସ୍ୱର ଉତ୍ତୋଳନ କରିଥିଲେ। ବଲିଉଡ ମାଫିଆ, ନେପୋଟିଜିମ ଏବଂ ବର୍ତ୍ତମାନ ଡ୍ରଗ୍ସ ପ୍ରସଙ୍ଗରେ ସେ ଖୋଲାଖୋଲି ଭାବେ କହିଛନ୍ତି। ଏଥିପାଇଁ ସେ କେବଳ ବଲିଉଡ ସେଲିବ୍ରିଟିଙ୍କ ଟାର୍ଗେଟରେ ଆସିନାହାଁନ୍ତି ବରଂ ଅନେକ ରାଜନୈତିକ ଦଳଙ୍କ ଟାର୍ଗେଟରେ ମଧ୍ୟ ଅଛନ୍ତି।

ଏହି ସମୟ ମଧ୍ୟରେ ସଞ୍ଜୟ ରାଉତ ଏବଂ କଙ୍ଗନା ରାନାୱତଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି | କଙ୍ଗନା କହିଥିଲେ ଯେ ସେ ବଲିଉଡ ମାଫିଆ ଅପେକ୍ଷା ମୁମ୍ବାଇ ପୋଲିସକୁ ଅଧିକ ଭୟ କରୁଛନ୍ତି। ଏହା ଉପରେ ରାଉତ ତାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ଏହା ପରେ କଙ୍ଗନା ଚ୍ୟାଲେଞ୍ଜ କରିଥିଲେ ଯେ ସେ ସେପ୍ଟେମ୍ବର ୯ରେ ମୁମ୍ବାଇ ଆସୁଛନ୍ତି।