ଭୁବନେଶ୍ୱର, ୭/୯ : ବିଧାନସଭା ଅଧିବେଶନ ବସିବା ପୂର୍ବରୁ ସମସ୍ତ ବିଧାୟକଙ୍କର ହେବ କରୋନା ନମୁନା ପରୀକ୍ଷା । ଆରଟିପିସିଆର ମାଧ୍ୟମରେ ହେବ ନମୁନା ପରୀକ୍ଷା । ବିଧାନସଭା ଅଧିବେଶନ ଦୁଇ ଦିନ ପୂର୍ବରୁ ସମସ୍ତ ବିଧାୟକଙ୍କ ଏହି କରୋନା ନମୁନା ପରୀକ୍ଷା ହେବ । ବିଏମସି ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନମୁନା ପରୀକ୍ଷା କରାଯିବ । ନେଗେଟିଭ ରିପୋର୍ଟ ଆସିଲେ ହିଁ ବିଧାନସଭା ଭିତରକୁ ପ୍ରବେଶ ଲାଗି ଅନୁମତି ମିଳିବ ବୋଲି ବାଚସ୍ପତି କହିଛନ୍ତି। ୫ ଦିନ ପରେ ପୁଣିଥରେ ଟେଷ୍ଟ କରାଯିବ। ବିଧାନସଭାରେ ହିଁ ବସିବ ଅଧିବେସନ । ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ବିଧାନସଭା ଅଧିବେଶନ ବସିବା ପୂର୍ବରୁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଯୋଗ ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ଅଧିକାରୀ । ସ୍ୱାସ୍ଥ୍ୟ ସଚିବ ଓ ବିଏମ୍ସି କମିଶନର ମଧ୍ୟ ବୈଠକରେ ଯୋଗ ଦେଇଥିଲେ । ବିଧାନସଭା ଅଧିବେଶନ ପୂର୍ବରୁ ବିଧାୟକ, ମନ୍ତ୍ରୀଙ୍କର କୋଭିଡ ଟେଷ୍ଟ ଓ ସ୍ୱାସ୍ଥ୍ୟ ପରୀକ୍ଷା ନେଇ ବୈଠକରେ ଆଲୋଚନା ହୋଇଛି । ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ ।