ଭୁବନେଶ୍ୱର, ୭/୯ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନଲାଇନ୍ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)କୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ଓଜେଇଇ ହେବାର ଥିଲା । ପରୀକ୍ଷା ପାଇଁ ରାଜ୍ୟରେ ୨୧ଟି ଓ ତଥା ରାଜ୍ୟ ବାହାରେ ମଧ୍ୟ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା । ତେବେ କେବେ ଏହି ପରୀକ୍ଷା ଅନୁଷ୍ଠିକ ହେବ ତାହା ସ୍ପଷ୍ଟ ହୋଇନାହିଁ ।
ସୂଚନାନୁସାରେ, ରାଜ୍ୟରେ ଏବେ କରୋନା ଭାଇରସର ଆତଙ୍କ ବୃଦ୍ଧି ପାଇଛି । ପ୍ରତିଦିନ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେଣୁ ଓଜେଇଇକୁ ଘୁଞ୍ଚାଇ ଦିଆଯାଇଛି । ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।