ସାଲିଆସାହି ସନ୍ତୋଷୀନଗରରୁ ଜୁଆ ଆଡ୍ଡା ଠାବ : ୬ଜଣ ଗିରଫ, ବନ୍ଧୁକ, ବିଦେଶୀମଦ,ଟଙ୍କା,ଗାଡି, ଓ ମୋବାଇଲ ଜବତ

ଭୁବନେଶ୍ୱର,୭ /୯ – (ପ୍ରଦୀପ୍ତ କୁମାର ଦାସ) : ନୂଆପଲ୍ଲୀ ଥାନା ଅନ୍ତର୍ଗତ ସାଲିଆସାହି ସନ୍ତୋଷୀ ନଗର ଠାରେ ଚାଲିଥିବା ଏକବଡ଼ ଜୁଆଆଡ୍ଡା ଉପରେ ରବିବାର ଚଢ଼ାଉ କରିଥିଲା ପୋଲିସ । ତେବେ ଯୁଆଡି ମାନେ ସଙ୍ଘବଦ୍ଧ ଭାବେ ପୋଲିସ ପାର୍ଟି ଉପରେ ଆକ୍ରମଣ କରିଥିଲେ । ଏପରିକି ବନ୍ଧୁକ ଦେଖାଇ ପୋଲିସକୁ ରିଙ୍ଗ ମାଷ୍ଟର ସାଲୁପାତ୍ର ରେଡ୍ଡୀ ଓ ତାର ସହଯୋଗୀ ମାନେ ମୁକାବିଲା କରି ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ।

ତେବେ ପୋଲିସ ସେମାନଙ୍କୁ କାବୁକରି ଘଟଣାସ୍ଥଳରୁ ବହୁ ପରିମାଣରେ ନଗଦ ଟଙ୍କା,ଚୋରା ବିଦେଶୀମଦ,୬ଟି ୨ଚକିଆ ଗାଡି,ଛ ଟି ମୋବାଇଲ ଫୋନ,ଗୋଟିଏ କାର ଓ ଅନାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିବାରେ ସକ୍ଷମ ହୋଇଛି । ଏସଂକ୍ରାନ୍ତରେ ନୂଆପଲ୍ଲୀ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରିରହିଥିବା ଜଣାପଡିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଜୁଆଆଡ୍ଡାର ସର୍ଦାର ସାଲୁ ପାତ୍ରପରିଡା ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।