ରାଜ୍ୟରୁ ଆଜି ସୁସ୍ଥ ହେଲେ ୩୦୩୪ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୭/୯ : ରାଜ୍ୟରୁ ଆଜି ୩୦୩୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୯୯୩୯୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୯୨ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି।