ଭୁବନେଶ୍ୱର : ଖେଳନା ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଲେ ୨ ଲକ୍ଷ ୮୦ ହଜାର ଟଙ୍କା । ଆଜି ନନ୍ଦନ ବିହାର ସ୍ଥିତ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରୁ ଏହି ଭଳି ସିନେମା ଷ୍ଟାଇଲରେ ଲୁଟ୍ ହୋଇଛି । ବ୍ୟାଙ୍କରେ ମାତ୍ର ୨ ଜଣ କର୍ମଚାରୀ ଥିଲେ ଓ କୌଣସି ସୁରକ୍ଷା କର୍ମୀ ନ ଥିଲେ । ଏହାର ସୁଯୋଗ ନେଇ ଦୁର୍ବୁତମାନେ ଖେଳନା ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି ।
ଘଟଣା ସମୟରେ ବ୍ୟାଙ୍କରେ କୌଣସି ଗ୍ରାହକ ନ ଥିଲେ । ଅଭିଯୁକ୍ତ ମୁହଁରେ ମାସ୍କ, ମୁଣ୍ଡରେ ହେଲମେଟ ଓ ହାତରେ ଗ୍ଲୋଭ୍ସ ପିନ୍ଧି ବ୍ୟାଙ୍କରେ ପହଞ୍ଚିଥିଲା ଏବଂ କର୍ମଚାରୀଙ୍କୁ ନକଲି ବନ୍ଧୁକ ଦେଖାଇ ଟଙ୍କା ଲୁଟି ନେଇଥିବା ସୂଚନା ମିଳିଛି ।