ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା : ସୁଶାନ୍ତଙ୍କ ଭଉଣୀ ନାମରେ ମୁମ୍ବାଇ ପୁଲିସରେ ମାମଲା ରୁଜୁ କଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଆସିଛି ଏକ ନୂଆ ମୋଡ । ରିୟା ଚକ୍ରବର୍ତ୍ତୀ ସୋମବାର ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କା ସିଂହଙ୍କ ସହିତ ରାମ ମନୋହର ଲୋହିଆ ହସ୍ପିଟାଲର ଡାକ୍ତର ତରୁଣ କୁମାର ଓ ଅନ୍ୟମାନଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଛନ୍ତି। ସମସ୍ତଙ୍କ ବିରୋଧରେ ଆଇପିସି ଓ ଏନଡିପିଏସ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ରିୟା ଅଭିଯୋଗ କରିଛନ୍ତି ଯେ ପ୍ରିୟଙ୍କା ତାଙ୍କ ଭାଇ ସୁଶାନ୍ତଙ୍କୁ ଭୁଲ୍ ଔଷଧ ସେବନ କରିବାକୁ ଦେଉଥିଲେ। ସୁଶାନ୍ତଙ୍କୁ ପ୍ରିୟଙ୍କା ସାଇକୋଟ୍ରୋପିକ ଡ୍ରଗ୍ସ ସେବନ କରିବାକୁ ଦେଇଥିଲେ ତେଣୁ ତାଙ୍କ ବିରୋଧରେ ନାର୍କୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ ସବଷ୍ଟାନସେସ୍‌ (ଏନଡିପିଏସ୍‌) ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଦରକାର। ଅନ୍ୟପଟେ ଦିଲ୍ଲୀ ଏମ୍ସର ଫରେନସିକ୍ ବିଭାଗ ସୋମବାର ସୁଶାନ୍ତଙ୍କ ଭିସେରା ନମୁନା ପରୀକ୍ଷା କରିଛି। ୧୦ଦିନ ପରେ ଏହାର ରିପୋର୍ଟ ମିଳିବ।