ହାଇଦ୍ରାବାଦ, ୮/୯ : ପ୍ରସିଦ୍ଧ ତେଲୁଗୁ ଚଳଚ୍ଚିତ୍ର ଅଭିନେତା ଜୟପ୍ରକାଶ ରେଡ୍ଡୀଙ୍କର ଆଜି ସକାଳେ ହୃଦଘାତରେ ମୃତ୍ୟୁ ଘଟିଛି। ମୃତୟେ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ରହୁଥିଲେ। ଜୟପ୍ରକାଶ ତାଙ୍କର ହାସ୍ୟ ଅଭିନୟ ପାଇଁ ଜଣାଶୁଣା | ସେ ‘ବ୍ରହ୍ମପୁତ୍ରୁ’ ଚଳଚ୍ଚିତ୍ରରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ହାସ୍ୟ କଳାକାର ଭାବେ ପ୍ରସିଦ୍ଧ ଲାଭ କରିଥିବା ଜୟପ୍ରକାଶ ରେଡ୍ଡୀଙ୍କ ଦେହାନ୍ତ ଖବର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ସୃଷ୍ଟି କରିଛି । ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ରେଡ୍ଡୀଙ୍କ ମୃତ୍ୟୁ ପରେ ସମବେଦନା ଜଣାଇଛନ୍ତି।
ସେ ଟ୍ୱିଟ୍ କରି କହିଛନ୍ତି, ଜୟପ୍ରକାଶ ରେଡ୍ଡୀ ଗୁରୁଙ୍କ ମୃତ୍ୟୁ ପରେ ତେଲୁଗୁ ସିନେମା ଏବଂ ଥିଏଟର ଜଗତ ନିଜର ଗୋଟିଏ ହୀରା ହରାଇଲା । ତାଙ୍କର ବିବିଧ ଭୂମିକା ଆମକୁ ଅନେକ ଦଶନ୍ଧି ଧରି ଅନେକ ସିନେମାଟିକ୍ ସ୍ମୃତି ଦେଇଛି | ଏହି ଦୁଃଖରେ ତାଙ୍କ ପରିବାର ଏବଂ ସାଥୀମାନଙ୍କ ପାଇଁ ମୋର ହୃଦୟ ଦୁଃଖରେ ପରିପୂର୍ଣ୍ଣ |