ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀ ଗିରଫ, ଖୁବ ଶୀଘ୍ର କରାଯିବ ଡାକ୍ତରୀ ପରୀକ୍ଷା

ମୁମ୍ବାଇ, ୮/୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତ ପରେ ଏନସିବି ଆଜି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି | ଡ୍ରଗ୍ସ ସେବନ କରିବା ସହିତ ତାଙ୍କ ନାଁରେ ଅନ୍ୟାନ୍ୟ ଗୁରୁତର ଅଭିଯୋଗ ଥିଲା, ଯେଉଁ କ୍ଷେତ୍ରରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କୁ ବାରମ୍ବାର ପଚରାଉଚରା କରୁଥିଲା। ରିୟା ଗିରଫ ହେବା ପରେ ଏବେ ତାଙ୍କର ଡାକ୍ତରୀ ପରୀକ୍ଷା ଏବଂ କରୋନା ପରୀକ୍ଷା କରାଯାଉଛି। ଯେତେବେଳେ ରିୟା ଆଜି ପଚରାଉଚରା ହେବାକୁ ଆସିଥିଲେ, ଏହାର ମାତ୍ର କିଛି ଘଣ୍ଟା ପରେ ତାଙ୍କ ବ୍ୟକ୍ତିଗତ ଗାଡିକୁ ପଠାଯାଇଥିଲା, ଯାହା ପରେ ଆଜି ରିୟାଙ୍କୁ ଗିରଫ କରାଯାଇପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା |