ଭୁବନେଶ୍ୱର, ୮/୯ : ଭୁବନେଶ୍ୱରର ଫୁଲନଖରା ନିକଟ ତ୍ରିନାଥ ବଜାର ଛକରୁ ଜଣେ ମହିଳାଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ ହୋଇଛି । ମହିଳା ଜଣଙ୍କ ତ୍ରିନାଥବଜାରସ୍ଥିତ ଇଣ୍ତିଆନ ଓଭରସିଜ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବାବେଳେ ଦୁର୍ବୃତ୍ତମାନେ ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି ।
ସୂଚନା ଅନୁଯାୟୀ, ସ୍କୁଟି ରଖ ମହିଳା ଜଣଙ୍କ କଥା ହେଉଥିବା ବେଳେ ଦୁର୍ବୃତ୍ତମାନେ ଏକ ବାଇକରେ ପଛରୁ ଆସି ଟଙ୍କା ବ୍ୟାଗ ଝାମ୍ପି ନେଇଥିବା ଜଣାପଡ଼ିଛି। ଏ ନେଇ ପାହାଳ ଫାଣ୍ତିରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛି। ତେବେ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ପତ୍ତା ମିଳିପାରିନାହିଁ।