କୋବି ଟ୍ରକରୁ ୮୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ୱର,୮/୯ – (ପ୍ରଦୀପ୍ତ କୁମାର ଦାସ) : ଗଞ୍ଜେଇ ଚୋରା ଚାଲାଣର ଆଉ ଏକ ଅଭିନବ ଉପାୟ। ବାଇଗଣ ଓ କୋବି ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଡିଆରଆଇ ତଥା କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ ବିଭାଗ ହାତରେ ଧରାପଡିଗଲା ଏପରି ଚାଲ । କୋବି ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣବେଳେ ସ୍ଥାନୀୟ ଖଣ୍ଡଗିରି ଛକରୁ ବିପୁଳ ଗଞ୍ଜେଇ ଜବତ କରିଛି ଡିଆରଆଇ ସ୍କୁୱାର୍ଡ଼ । ଆନୁମାନିକ ପ୍ରାୟ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ୧୦୦ରୁ ଊର୍ଦ୍ଧ୍ବ ପ୍ୟାକେଟରେ ଭର୍ତ୍ତି କରାଯାଇ ଉକ୍ତ ପରିବା ବୋଝଇ ଗାଡ଼ିରେ ପଠାଯାଉଥିଲା । ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ (ଡିଆରଆଇ )ଉକ୍ତ ଗାଡି ସହ ଗଞ୍ଜାଇ ପ୍ୟାକେଟକୁ ଜବତ କରିଛି । ଏନେଇ ଘଟଣାର ଅଧିକ ତଦନ୍ତ ଜାରି ରହିଥିବାବେଳେ ଘଟଣାସ୍ଥଳରୁ ଟ୍ରକ ଛାଡି ଡ୍ରାଇଭର ଓ ତାର ସହଯୋଗୀ ଫେରାର ହୋଇଯାଇଥିବା ଖବର ମିଳିଛି ।