ପତ୍ନୀ ଓ ଝିଅ ସହ ସମୁଦ୍ର କୂଳରେ ମସ୍ତି କରୁଛନ୍ତି ରୋହିତ

ନୂଆଦିଲ୍ଲୀ, ୮/୯: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌)ରେ ସବୁଠୁ ସଫଳ ଫ୍ରାଞ୍ଚାଇଜ୍‌ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ପୁଣିଥିରେ ଫାଇନାଲ୍‌ ଜିତିବା ଆଶାରେ ରହିଛି । ଆଇପିଏଲ୍‌ରେ ୪ଥର ଟାଇଟଲ୍‌ ଜିଣିଥିବା ଟିମ୍‌ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ପୁଣିଥରେ ସଫଳତା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ଓ କମ୍ପାନୀ । ୟୁଏଇରେ ସେପ୍ଟେମ୍ବର ୧୯ରେ ଆଇପିଏଲର ୧୩ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଉଦଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ମୁମ୍ବାଇ ଇଣ୍ଡିଆନ୍ସ ମୁହଁମୁହିଁ ହେବେ ।

ତେବେ ଆଇପିଏଲ ଲଢ଼େଇ ପାଇଁ ସବୁ ଦଳ ଅଭ୍ୟାସ ଉପରେ ଜୋର ଦେଉଥିବା ବେଳେ ମଜା ମସ୍ତି ମଧ୍ୟ ପ୍ରବଳ କରୁଥିବା ଦେଖିବାକୁ ମିଳିଛ। ମୁମ୍ବାଇ ଇଣ୍ଡିଆନ୍ସ ଏକ ଫଟୋ ସେୟାର କରିଛି, ଯେଉଁଥିରେ ରୋହିତ ଶର୍ମା ତାଙ୍କ ପତ୍ନୀ ରୀତିକା ଏବଂ ଝିଅ ସମାୟରାଙ୍କ ସହ ସମୁଦ୍ର କୂଳରେ ମସ୍ତି କରୁଥିବା ନଜର ଆସିଛନ୍ତି ।

କିନ୍ତୁ ଏହି ଫଟୋକୁ ପାଇଁ ରୋହିତଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଛି । ରୋହିତଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ଜୋରଦାର ଟ୍ରୋଲ୍‌ କରିଥିବା ଦେଖିବାକୁ ମିଳିଛି। ଫଟୋରେ ରୋହିତ ଫନି ମୁଡ୍‌ରେ ଥିବା ସ୍ପ​‌ଷ୍ଟ ଜଣାପଡ଼ୁଛି ।

ତେବେ କୋଭିଡ-୧୯ ପାଇଁ ଏଥର ଆଇପିଏଲ ଟୁର୍ଣ୍ଣାମେଣ୍ଟକୁ ନେଇ ଅନିଶ୍ଚିତତା ଲାଗି ରହିଥିଲା। କିନ୍ତୁ ପରେ ଏନେଇ ସରକାର ଗ୍ରୀନ ସିଗ୍‌ନାଲ ଦେଇଥିଲେ । ଏହାରି ଭିତ​‌ରେ ୟୁଏଇରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ସବୁ ଦଳ ପହଞ୍ଚିଥିବା ବେଳେ ଆଇପିଏଲ ପାଇଁ ଖେଳସୂଚୀ ପ୍ରକାଶ ପାଇସାରିଛି । ଟୁର୍ଣ୍ଣାମେଣ୍ଟ ପୂର୍ବରୁ କିଛି ଅଭ୍ୟାସ୍‌ ମ୍ୟାଚ୍‌ ହେବାର ଆଶଙ୍କ ଥିଲା । କିନ୍ତୁ ଚଳିତ ବର୍ଷ କୌଣସି ଅଭ୍ୟାସ ମ୍ୟାଚ୍‌ ହେବନାହିଁ ବୋଲି ଜଣାପଡ଼ିଛି ।