ସେପ୍ଟେମ୍ବର ୨୧ ତାରିଖରୁ ଖୋଲିବ ସ୍କୁଲ : ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି

ନୂଆଦିଲ୍ଲୀ,୮/୯ : ସେପ୍ଟେମ୍ବର ୨୧ ତାରିଖରୁ ଖୋଲିବ ସ୍କୁଲ । ଏଥିପାଇଁ କେନ୍ଦ୍ର ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ନିମନ୍ତେ ଆଂଶିକ ଭାବରେ ସ୍କୁଲ ଆରମ୍ଭ କରିବା ନିମନ୍ତେ ଏସଓପି ଜାରି କରିଛନ୍ତି । ଏହି ମାର୍ଗଦର୍ଶିକା ଅନୁସାରେ ଶିକ୍ଷକ, ଛାତ୍ର, ସ୍କୁଲର କର୍ମଚାରୀ ପ୍ରତ୍ୟେକ ଅନ୍ୟୂନ ୬ ଫୁଟ ଦୂରତା ବଜାୟ ରଖିବେ, ନିୟମିତ ହାତ ଧୋଇବେ, ମୁହଁରେ ମାସ୍କ ପିନ୍ଧିବେ ଓ କରୋନା ସଂକ୍ରାନ୍ତ ସମସ୍ତ ନିୟମକୁ ପାଳନ କରିବା ବାଧ୍ୟତାମୂଳକ । କେବଳ ସେତିକି ନୁହେଁ, ପିଲାମାନେ ସ୍କୁଲ ଆସିବା ନିମନ୍ତେ ଅଭିଭାବକଙ୍କ ଅନୁମତି ମଧ୍ୟ ନେବାକୁ ପଡ଼ିବ ।