ନବବଧୂର ମୃତ୍ୟୁ, ହତ୍ୟା ନା ଆତ୍ମହତ୍ୟା

ମହାକାଳପଡ଼ା, ୮ /୯ – (କେଶବ ଚନ୍ଦ୍ର ନାଥ) : କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଂଚଳ ପେଟଛେଲା ପଂଚାୟତସ୍ଥ ହଵାଳି ପାହି ଗାଁ ରେ ମଙ୍ଗଳବାର ଦିନ ଯୁଧିଷ୍ଠିର ମଣ୍ଡଳଙ୍କ ପରିବାରରେ ନବବଧୂ ପୂଜାର ମୃତ୍ୟୁ ହୋଇ ଯାଇଛି । ଯୁଧିଷ୍ଟିରଙ୍କ ପୁଅ ସୌମେନ୍ଦ୍ର ୨୦୧୭ ରେ ବୈଦିକ ମତେ ପାଖ ରାମଚଣ୍ଡୀ ପଡ଼ାର ରବୀନ୍ଦ୍ର ହାଲଦାରଙ୍କ ଝିଅ ପୂଜାକୁ ବିବାହ କରିଥିଲେ । ବିବାହ ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ ଅତିବାହିତ ସ୍ଥଳେ ସାତମାସ ତଳେ ପୂଜା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ମାତ୍ର ସ୍ୱାମୀ ସୌମେନ୍ଦ୍ର ବିବାହ କରିବି ପତ୍ନୀ ବ୍ୟତିରକେ ଅନୈତିକ ସମ୍ପର୍କ ରଖୁଥିବାରୁ ବୈବାହିକ ଜୀବନ ଠାରୁ ଫରକ ଭାବେ ଶାଶୁ ଘରେ ଜୀବନ କlଟୁଥିଲା ପୂଜା ।

ପାରିବାରିକ କଳହ ଭିତରେ ପେଷି ହୋଇ ବି ପୂଜା କେବେ ବାଟ ବଣା ହୋଇ ନାହାଁନ୍ତି । ମାତ୍ର ହଠାତ ଆଜି ପୂର୍ବାହ୍ନରେ ବାପଘର ଲୋକେ ଝିଅର ମୃତ୍ୟୁ ଖବର ପାଇ ଘଟଣା ସ୍ଥଳକୁ ଯାଇ ଝିଅର ମୃତ ଶରୀର ଶାଶୁ ଘର ଅଗଣାରେ ଦେଖି ସନ୍ଦେହ କରିଥିଲେ । ଶାଶୂଘର ଲୋକେ ବୋହୁ ପୂଜା ଶାଢ଼ୀ କାନିରେ ଝୁଲି ଆତ୍ମହତ୍ୟା କରିଥିବା କଥା କହୁଥିବା ବେଳେ ଜ୍ୱାଇଁ ସୌମେନ୍ଦ୍ରର ଅନୁପସ୍ଥିତି ଓ ଅନ୍ୟାନ୍ୟ ପରିପାର୍ଶ୍ୱ ସ୍ଥିତି ଦେଖି ରବୀନ୍ଦ୍ରଙ୍କ ପକ୍ଷ ଲୋକେ ହତ୍ୟା ନେଇ ସନ୍ଦେହ କରିଥିଲେ । ଯାହାନେଇ ଜମ୍ବୁ ସାମୁଦ୍ରିକ ଥାନାରେ ରବୀନ୍ଦ୍ରଙ୍କ ପକ୍ଷରୁ ହତ୍ୟା ଅଭିଯୋଗ ହୋଇଛି । ତଦନୁଯାୟୀ ପୋଲିସ ଘଟଣାର ଅନୁସନ୍ଧାନ କରିବା ସହିତ ଶାଶୂଘରର ତିନି ଜଣଙ୍କୁ ଅଟକ ରଖି ପଚରା ଉଚରା କରିବା ସହିତ ଶବ ଜବତ କରିଛି । ଶବ ବ୍ୟବଛେଦ ପରେ ପୂଜା ମୃତ୍ୟୁର କାରଣ ଜଣା ପଡିବା ପରେ ପୋଲିସ ମାମଲାର ଅଧିକ ତଦନ୍ତ କରିବାରେ ସକ୍ଷମ ହେବ ।