ଔପଚାରିକ ପୂଜା ପରେ ରାମ ମନ୍ଦିର ପାଇଁ ଆରମ୍ଭ ହେଲା ନିଅଁ ଖୋଳା

ଅଯୋଧ୍ୟା, ୯/୯ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ନିଅଁ ଖୋଳା ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଗତକାଲି ସନ୍ଧ୍ୟାରେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ମନ୍ଦିର ନିର୍ମ‌ାଣ କାର୍ଯ୍ୟ କରିବା ପାଇଁ ଚୁକ୍ତିବଦ୍ଧ ଲାର୍ସନ୍‌ ଆଣ୍ଡ ଟର୍ବୋ କମ୍ପାନି ପକ୍ଷରୁ ୨ଟି ମେସିନ୍‌ ରବିବାର ଆସି ପହଞ୍ଚିଥିଲା। ଆଜି ସକାଳୁ ଔପଚାରିକ ପୂଜା ପରେ ନିଅଁ ଖୋଳା ଆରମ୍ଭ ହୋଇଛି। ସୂଚନା ଅନୁସାରେ, ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ରାମ ମନ୍ଦିରର ଭୂମିପୂଜନ କରିଥିଲେ।