ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ରାଜ୍ୟରେ ବର୍ତ୍ତମାନ ସମୟରେ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇପଡ଼ିଛି। ତେବେ, ସମୁଦ୍ର ପତ୍ତନ ଉପରେ ଏକ ମୌସୁମୀ ଟ୍ରଫ୍ ଲାଇନ୍ ବର୍ତ୍ତମାନ ଅମୃତସର, ଅମ୍ବାଲା, ବରେଲି, ଲକ୍ଷ୍ନୌ, ଗୟା, ହଜରିବାଗ, ବାଙ୍କୁରା, ଦିଗା ଏବଂ ସେଠାରୁ ଦକ୍ଷିଣ-ପୂର୍ବ ଦିଗକୁ ଉତ୍ତର ବଙ୍ଗୋପସାଗରକୁ ଅଗ୍ରସର ହୋଇଛି।
ଏ ପରିସ୍ଥିତିରେ ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୨ ତାରିଖରୁ ପ୍ରବଳ ବର୍ଷାର ସମ୍ଭାବନା ଅଛି। ତେବେ, ଆଗାମୀ ଦିନେ ଦୁଇଦିନ ମଧ୍ୟରେ ଏହି ଲଘୁଚାପର ସ୍ପଷ୍ଟ ଚିତ୍ର ଓ ପ୍ରଭାବ ଜଣାପଡ଼ିବ ବୋଲି କହିଛି ପାଣିପାଗ ବିଭାଗ।