ଜଙ୍ଗଲୀ ବାରାହା ଆକ୍ରମଣରେ ସଂଜ୍ଞାହିନ ସ୍ୱାମୀ ଓ ସ୍ତ୍ରୀକୁ ଉଧାର କଲେ ଗାଁ ଲୋକେ

ମହାକାଳପଡ଼ା,୯ /୯ – (କେଶବ ଚରଣନାଥ) : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବନ ଉପଖଣ୍ଡ ଅଧିନସ୍ଥ ବରକଂଧl ପଂଚାୟତ ତେନ୍ତୁଳିକନ୍ଧା ଗ୍ରାମର ସନ୍ତୋଷ ସ୍ୱାଇଁ ଓ ସ୍ତ୍ରୀ ମମତା ସ୍ୱାଇଁ ଦୁଇଜଣ ବୁଧବାର ଦିନ ଗୁପ୍ତଗିରି ସେତୁ ନିକଟ ରାଜେନ୍ଦ୍ର ନଗର ଅଂଚଳର ଧାନ ବିଲ ବାଛୁଥିବା ସମୟରେ ହଠାତ ଏକ ଜଙ୍ଗଲି ବାରାହା ଆକ୍ରମଣର ଶିକାର ହୋଇଥିଲେ । ବାରାହାଟି ଦୁଇଜଣଙ୍କୁ ଧାନ ଜମିରେ ଗୋଡେଇ ଗୋଡେଇ ଆକ୍ରମଣ କରି ଲହୁ ଲୁହାଣ କରିପକାଇଥିଲା । ଆଖପାଖରେ ବିଲରେ କାମକରୁଥିବା ଲୋକେ ଦମ୍ପତିଙ୍କ ଆର୍ତ୍ତ ଚିତ୍କାର ଣୁଣି ବାରାହାକୁ ଗୋଡାଇବାରୁ ବାରାହାଟି ଗ୍ରାମ ଭିତରକୁ ପଶିଯାଇଥିଲା । ଗ୍ରମବାସୀମାନେ ହିଂସ୍ର ବାରାହା ଟିକୁ ପାଲଟା ଆକ୍ରମଣ କରି ମାରିଦେଇଥିଲେ । ଖବର ପାଇ ବନବିଭାଗର ଜମ୍ବୁ ଫରେଷ୍ଟର ବୈକୁଣ୍ଠ ନାଥ ନାୟକ ଓ ଅନ୍ୟ ସହଯୋଗୀ ଚାରି ଗାଁ ରେ ପହଂଚି ୨୦ କେଜି ଓଜନର ବାରାହା ଜବତ କରିଛନ୍ତି । ଉଦ୍ଧାର ମମତା ଓ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକ ମହାକାଳପଡ଼ା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଛନ୍ତି । କିନ୍ତୁ ବନବିଭାଗୀୟ କର୍ମଚାରୀ ମାନେ ଏଯାବତ ଗୁରୁତରଙ୍କୁ କୌଣସି ସହାୟତା କରିନଥିବା ଜଣାପଡିଛି ।