ମୁମ୍ବାଇ, ୯/୯: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ସମୟରେ ଡ୍ରଗ୍ସ ଆଙ୍ଗଲ୍ ସାମନାକୁ ଆସିଥିଲା। ଏହା ପରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ କୋର୍ଟ ୧୪ଦିନ ବିଚାରବିଭାଗୀୟ ହେପାଜତକୁ ପଠାଇ ଦେଲା। ରିୟାଙ୍କୁ ସେପ୍ଟେମ୍ବର ୨୨ଯାଏଁ ଜେଲରେ ରହିବାକୁ ହେବ। ୩ଦିନ ଧରି ପଚରାଉଚରା ପରେ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ ରିୟାଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଗିରଫ କରିଥିଲା। କୋର୍ଟ ଶୁଣାଣି ସମୟରେ ରିୟାଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲା।
ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ତାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଟ୍ବିଟ୍ କରି ଲେଖିଥିଲେ ଯେ କୌଣସି ବାପା ନିଜ ଝିଅ ସହ ଅନ୍ୟାୟ ହେଉଥିବା ଦେଖିପାରେ ନାହିଁ,ତେଣୁ ମୋତେ ମରିଯିବା ଉଚିତ୍। ରିୟା ପାଇଁ ନ୍ୟାୟ। ଏହା ପରେ ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ଆଉ ଏକ ଟ୍ବିଟ୍ ସେୟାର କରିଥିଲେ। ସେ ଲେଖିଥିଲେ ଯେ ବିନା କୌଣସି ପ୍ରମାଣରେ ପୂରା ଦେଶ ରିୟାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପ୍ରସ୍ତୁତ।