ମୁମ୍ବାଇ, ୧୦/୯ : ରିୟା ଚକ୍ରବର୍ତ୍ତୀଙ୍କର ମୁମ୍ୱାଇର ବାଇକୁଲ୍ଲା ଜେଲରେ କଟିଛି ପ୍ରଥମ ରାତି । ସୂଚନା ଅନୁସାରେ ରିୟାଙ୍କୁ ସିନାବୋରା ହତ୍ୟାକାଣ୍ଡରେ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସେଲ୍ ପାଖ କୋଠରୀରେ ରଖାଯାଇଛି । ଏହି କୋଠରୀର ତିନି ପଟ କାନ୍ଥ ରହିଥିବାବେଳେ ଆଗପଟ ଲୁହାର ଗ୍ରିଲ ରହିଛି । ପ୍ରଥମ ଦିନ ରାତିରେ ରିୟା ଯେତେବେଳେ ଜେଲ ହାଜତରେ ପହଞ୍ଚିଲେ ତାଙ୍କୁ ସାଧାରଣ ବାରାକରେ ରଖାଯାଇଥିଲା । ସୁରକ୍ଷା କାରଣରୁ ତାଙ୍କୁ ସର୍କଲ ୧କୁ ସ୍ଥାନାନ୍ତର କରିଦିଆ ଯାଇଛି । ବୁଧବାର ସଂଧ୍ୟାରେ ରିୟାଙ୍କୁ ରାତ୍ରି ଭୋଜନରେ ୨ଟି ରୁଟି, ତରକାରୀ ଓ ଭାତ ଖାଇବାକୁ ଦିଆଯାଇଥିଲା ।
ଡ୍ରଗ୍ସ କାରବାର ମାମଲାରେ ରିୟାଙ୍କୁ ଗତ ୮ ତାରିଖରେ ଗିରଫ କରିଥିଲା ନାରକୋଟିକ୍ସ ବ୍ୟୁରୋ । କୋର୍ଟରେ ଜାମିନ୍ ନାମଂଜୁର ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହି ମାମଲାରେ ଆଜି ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀଙ୍କର ଜାମିନ୍ ନେଇ ସ୍ପେଶାଲ କୋର୍ଟରେ ଶୁଣାଣି ହେବ । ଯଦି ଜାମିନ ନାମଞ୍ଜୁର ହୁଏ, ତେବେ ରିୟାଙ୍କୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ।