ସମୁଦ୍ରରେ ଏପରି ବହୁ ଜୀବ ରହିଛନ୍ତି, ଯାହା ବିଷୟରେ ବର୍ତ୍ତମାନ ମଧ୍ୟ ମନୁଷ୍ୟଙ୍କୁ ଜଣାନାହିଁ। ଅଧିକାଂଶ ସମୟରେ ଏପରି ଜୀବ ସମୁଦ୍ର କୂଳରେ ଆସି ଯାଇଥାନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି କିଛି ଦିନ ମଧ୍ୟରେ ଏକ ଅଜଣା ସମୁଦ୍ର ଜୀବର ଭିଡ଼ିଓ ବେଶ ଭାଇରାଲ ହେବାକୁ ଲାଗିଛି। ଯାହା ଗୋସେନେକ୍ ବାର୍ନାକଲ୍ ନାମକ ଏକ ପ୍ରଜାତିର। ଏହି ପୋଷ୍ଟକୁ ମାର୍ଟିନ୍ ଗ୍ରୀନ୍ ନାମକ ବ୍ୟକ୍ତି ଫେସବୁକରେ କ୍ୟାପସନ୍ ସହ ସେୟାର କରିଥିଲେ।

ଏକ ରିପୋର୍ଟ ଅନୁଯାୟୀ, ମାର୍ଟିନ୍ ତାଙ୍କ ପରିବାର ସହ ବ୍ରିଟେନ ସ୍ଥିତ ଉତ୍ତର ୱେଲସ ଯାଇଥିବା ସମୟରେ ସେ ସେହି ସମୟରେ କେର୍ନଫ୍ରାନ୍ ତଟରେ ବୁଲିବା ସମୟରେ ଏହି ଅଜବ ସମୁଦ୍ର ଜୀବକୁ ଦେଖିଥିଲେ। ଅତି ନିକଟରୁ ଦେଖିବା ପରେ କାଠ ସହ ଜଡ଼ିତ ହୋଇ ହଜାର ହଜାର ଜୀବ ଏକାଠି ହୋଇ ରହିଥିବା ଭଳି ତାଙ୍କୁ ଜଣାପଡ଼ିଲା।

ସେ ତଥ୍ୟ ଯୋଗାଡ଼ କରିବା ପରେ ଏହି ଜୀବ ବିଷୟରେ ଜାଣିବା ସହ ଏହା ଏକ ର୍ଦୁଲ୍ଲଭ ପ୍ରଜାତି ବୋଲି ଜାଣିବାକୁ ପାଇଥିଲେ। ଏହା ମଧ୍ୟ ଜଣାପଡ଼ିଥିଲା, ଏହି ଜୀବ ପର୍ତ୍ତୁଗାଲ ଓ ସ୍ପେନରେ ଅଧିକ ଦେଖାଯାଆନ୍ତି। ଏମାନଙ୍କ ମୂଲ୍ୟ ମଧ୍ୟ ଖୁବ ଅଧିକ। ଏହି ପ୍ରାଣୀକୁ ଦେଖିଲେ ଭୟ ମଧ୍ୟଲାଗିଥାଏ।