ନୂଆଦିଲ୍ଲୀ, ୧୨/୯ : ଦିଲ୍ଲୀ ଇନଦରଲୋକର ଶାହଜାଦା ବାଗ ଅଞ୍ଚଳ ସ୍ଥିତ ଏକ ବହୁ ମହଲା ବିଶିଷ୍ଟ ପ୍ଲାଷ୍ଟିକ କାରଖାନାରେ ଆଜି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ସକାଳ ୯ଟା ୨୦ମିନିଟ ସମୟରେ କାରଖାନାରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ମାତ୍ରେ ତୁରନ୍ତ ଦମକଳ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା। ଖବର ପାଇ ଦମକଳ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।