ମୁମ୍ବାଇ, ୧୨/୯ : ସୁଶାନ୍ତ ସିଂ ରାଜପୁତ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ତଦନ୍ତ କରୁଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ, ରିୟା ଚକ୍ରବର୍ତ୍ତୀ ଏନସିବି ସମ୍ମୁଖରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ନାଁ ନେଇଛନ୍ତି | ରିୟା ଓ ଷୌଭିକଙ୍କ ହ୍ୱାଟ୍ସଆପ ଚାଟରୁ ମଧ୍ୟ ଏହା ଖୁଲାସା ହୋଇଛି | ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ଗତ କିଛି ଦିନ ହେବ ଖବର ଆସିଥିଲା ଯେ ଖୁବ୍ ଶୀଘ୍ର ରିୟା ଚକ୍ରବର୍ତ୍ତୀ ବଲିଉଡର ଅନେକ ବଡ ନାମ ପ୍ରକାଶ କରିପାରନ୍ତି।
ସୂଚନା ଅନୁଯାୟୀ, ରିୟା ବି ଟାଉନର ୨୫ ଟି ବଡ ନାମ ଉଲ୍ଲେଖ କରିଛନ୍ତି ଯେଉଁମାନେ ଡ୍ରଗ୍ସ ନେଉଥିଲେ କିମ୍ବା ଡ୍ରଗ୍ ପାର୍ଟିରେ ଜଡିତ ଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ୨୫ ନାମ ମଧ୍ୟରୁ ପାଞ୍ଚଟି ଜଣାପଡିଛି। ସେଥିରେ ସାରା ଅଲ୍ଲୀ ଖାନ ଏବଂ ରାକୁଲ ପ୍ରୀତ ସିଂଙ୍କ ସମେତ ଅନ୍ୟ ତାରକା ଅନ୍ତର୍ଭୁକ୍ତ।
ମିଡିଆ ରିପୋର୍ଟରେ ଦର୍ଶାଯାଇଛି ଯେ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାରରେ ଅଭିନେତ୍ରୀ ରକୁଲ ପ୍ରୀତ ସିଂଙ୍କ ନାଁ ମଧ୍ୟ ନେଇଛନ୍ତି । ଦିଲ୍ଲୀର ବାସିନ୍ଦା ରକୁଲ ପ୍ରୀତ ସିଂ ୨୦୦୯ରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ରିୟାଙ୍କ ସହ ରକୁଲଙ୍କର ଭଲ ବନ୍ଧୁତା ରହିଛି ।
ସେହିପରି ରିୟା ଚକ୍ରବର୍ତ୍ତୀଙ୍କ ଘନିଷ୍ଠ ବନ୍ଧୁ ତଥା ଡିଜାଇନର ସିମୋନା ଖମ୍ବାଟା ମଧ୍ୟ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ରହିଥିବା ଜଣାପଡିଛି । ବଲିଉଡର ପବ୍ଲିସିଟ୍ସ ମଧ୍ୟରେ ରୋହିଣୀ ଆୟର ଜଣାଶୁଣା । ରୋହିଣୀ ନିଜକୁ ସୁଶାନ୍ତଙ୍କ ବନ୍ଧୁ ବୋଲି କୁହନ୍ତି ସେ ମଧ୍ୟ ଏହି କରାବାର ସାମିଲ ଥିବା ସୂଚନା ରହିଛି ।
ରିୟାଙ୍କ ବୟାନ ଆଧାରରେ କାଷ୍ଟିଂ ନିର୍ଦ୍ଦେଶକ ତଥା ନିର୍ଦ୍ଦେଶକ ମୁକେଶ ଛାବ୍ରା ଏହି ତାଲିକାରେ ଅଛନ୍ତି । ମୁକେଶ ଛାବ୍ରାଙ୍କ ନିର୍ଦ୍ଦେଶିତ ଡେବ୍ୟୁ ‘ଦିଲ ବେଚାରା’ରେ ସୁଶାନ୍ତ ସିଂ ରାଜପୁତ ଅଭିନୟ କରିଥିଲେ। ମୁକେଶ ଛାବ୍ରା କାଷ୍ଟିଂ ନିର୍ଦ୍ଦେଶକ ସମୟରେ ଫିଲ୍ମ ‘କାଇ ପୋ ଚେ’ ପାଇଁ ସୁଶାନ୍ତଙ୍କ ନାମ ସୁପାରିଶ କରିଥିଲେ । ଏନସିବି ଦୁଇ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଥିବାବେଳେ ସେମାନଙ୍କୁ ଜେରା କରି ଖୁବ୍ ଶୀଘ୍ର ଉପରୋକ୍ତ ତାରକାଙ୍କୁ ସମନ ପଠାଇ ପଚରାଉଚରା କରିପାରେ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।