ସାଂସଦ ରମେଶ ମାଝୀ ଅସୁସ୍ଥ, ଭୁବନେଶ୍ୱର ସମ କୋଭିଡ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର, ୧୨/୯ : ନବରଙ୍ଗପୁର ସାଂସଦ ରମେଶ ମାଝୀ ଅସୁସ୍ଥ । କିଛି ଦିନ ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । କରୋନାରେ ସଂକ୍ରମିତ ହେବାପରେ ସେ ନିଜ ଉମରକୋଟ ସ୍ଥିତ ବାସଭବନରେ ହୋମ ଆଇସଲେସନରେ ଥିଲେ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ସମ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ତାଙ୍କ ସାନ ଭାଇ ତଥା ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ସୂଚନା ଦେଇଛନ୍ତି ।