ଦେବଗୁରୁ ବୃହସ୍ପତି ସେପ୍ଟେମ୍ବର ୧୩ ତାରିଖରୁ ନିଜ ଗତି ପରିବର୍ତ୍ତନ କରୁଛନ୍ତି। ବୃହସ୍ପତି ସେପ୍ଟେମ୍ବର ୧୩ ତାରିଖରୁ ଧନୁ ରାଶିରେ ମାର୍ଗୀ ହେଉଛନ୍ତି। ଏହା ପୂର୍ବରୁ ବୃହସ୍ପତି ଓଲଟା ଗତି ଚାଲିଥିଲେ। ଦେବଗୁରୁ ବୃହସ୍ପତିଙ୍କ ଧନୁ ରାଶିରେ ମାର୍ଗୀ ହେବା ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ କିନ୍ତୁ କେତେକ ରାଶିର ବ୍ୟକ୍ତିଙ୍କ ପାଇଁ ଖରାପ ପରିଣାମ ମଧ୍ୟ ରହିଛି। ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ ଏବଂ ମୀନ ରାଶିର ବ୍ୟକ୍ତିର ଲୋକଙ୍କୁ ଏହାର ଭଲ ପରିଣାମ ମିଳିବ ନାହିଁ। ଏହା ବ୍ୟତୀତ ମେଷ, ବୃଷ, ସିଂହ, ବିଛା, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ରହିଛି।
ବୃହସ୍ପତି ମାର୍ଗୀ ହେବା ଦ୍ୱାରା ମିଥୁନ, କର୍କଟ, କନ୍ୟା, ତୁଳା, ଧନୁ ଏବଂ ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଉତ୍ଥାନ ପତନର ସମୟ ରହିବ। ଖାସ୍ କରି ଧନ ମାମଲାରେ ସମସ୍ୟା ହୋଇପାରେ। ଏଥିପାଇଁ ଏହି ରାଶିର ବ୍ୟକ୍ତି ଯେକୌଣସି ପ୍ରକାରର ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ। ଧନୁ ରାଶିରେ ବୃହସ୍ପତି ମାର୍ଗୀ ହେବା ଦ୍ୱାରା ମେଷ, ବୃଷ, ସିଂହ, ବିଛା, ମକର ଏବଂ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ସମୟ ଶୁଭ ରହିବ। ଏହି ରାଶିର ବ୍ୟକ୍ତିଙ୍କ ଧନ ସହ ଜଡ଼ିତ ମାମଲାରେ ସଫଳତା ମିଳିବ। ଭାଗ୍ୟ ଆପଣଙ୍କ ପାଇଁ ଭଲ ସମୟ ନେଇ ଆସିଛି। ଆପଣଙ୍କୁ ଚାକିରୀରେ ପ୍ରମୋସନର ଯୋଗ ରହିଛି। ଆପଣ ଯାହାଠୁ ଟଙ୍କା ଧାର ଆଣିଥିବେ ତାଙ୍କ ଟଙ୍କା ଦେଇଦେବେ।
ନିଜ ଜାତକରେ ଗୁରୁଙ୍କୁ ମଜବୁତ କରିବା ପାଇଁ ବୃହସ୍ପତିବାର ଦିନ ହଳଦିଆ ଫୁଲରେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଏବଂ କେଶରର ତିଳକ ଲଗାଇବା ଦ୍ବାରା ସବୁ କିଛି ଭଲ ହୋଇଥାଏ। ବାଦାମ କିମ୍ବା ନଡ଼ିଆ ହଳଦିଆ କନାରେ ବାନ୍ଧି ନଦୀରେ ଭସାଇ ଦିଅନ୍ତୁ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଧ୍ୟାନ କରନ୍ତୁ ଏବଂ ଶିକ୍ଷକ, ବ୍ରାହ୍ମଣ, ସାଧୁ, ବିଦ୍ୱାନ, ସ୍ୱାମୀ, ସନ୍ତାନଙ୍କ ମନ ଦୁଃଖ କରନ୍ତୁ ନାହିଁ।