ଜାପାନର ନାଓମି ଓସାକା ଜିତିଲେ ମହିଳା ୟୁଏସ୍ ଓପନ୍ ୨୦୨୦ ଟାଇଟଲ

ନୂଆଦିଲ୍ଲୀ : ଜାପାନର ନାଓମି ଓସାକା ୟୁଏସ୍ ଓପନ୍ ୨୦୨୦ ମହିଳା ଟାଇଟଲ୍ ଜିତିଛନ୍ତି | ସେ ଫାଇନାଲରେ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କାକୁ ୧-୬, ୬-୩, ୬-୩ରେ ପରାସ୍ତ କରିଥିଲେ | ଏହା ହେଉଛି ତାଙ୍କର ଦ୍ୱିତୀୟ ୟୁଏସ୍ ଓପନ୍ ଟାଇଟଲ୍ |

ନାଓମି ପ୍ରଥମ ସେଟକୁ ସହଜରେ ୧-୬ ହାତଛଡା କରିଥିଲେ | କିନ୍ତୁ ତା’ପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ଦୁଇଟି ସେଟ୍ ଜିତିଲା ପରେ ମ୍ୟାଚ ଜିତିନେଇଥିଲେ | ଏହା ହେଉଛି ୨୨ ବର୍ଷୀୟ ଓସାକାଙ୍କର ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ୍ |
ୟୁଏସ୍ ଓପନ୍ ଫାଇନାଲରେ ତୃତୀୟ ଥର ପାଇଁ ଆଜାରେଙ୍କା ନିରାଶ ହୋଇଛନ୍ତି। ସେ ପୂର୍ବରୁ ୨୦୧୨ ଏବଂ ୨୦୧୩ରେ ସେରେନା ୱିଲିୟମ୍ସଙ୍କ ଠାରୁ ହାରିଛନ୍ତି |