ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ ଅଭିନେତ୍ରୀ କଙ୍ଗନା

ମୁମ୍ବଇ,୧୩ /୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂହ କୋଶିୟାରୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି। ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ବୈଠକ ଚାଲିଥିଲା। ଏହି ସମୟରେ କଙ୍ଗନା ରାଜ୍ୟପାଳଙ୍କୁ ତାଙ୍କ ନିଜ କଥା କହିଥିଲେ। ସେ ରାଜ୍ୟପାଳ କୋଶିୟାରୀଙ୍କ ଠାରୁ ନ୍ୟାୟ ଦାବି କରିଛନ୍ତି।

ରାଜ୍ୟପାଳଙ୍କ ସହ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କଙ୍ଗନା କହିଛନ୍ତି ଯେ ମୁଁ ଜଣେ ସାଧାରଣ ନାଗରିକ ଭାବରେ ରାଜ୍ୟପାଳଙ୍କୁ ଭେଟିଛି । ମୋ ପ୍ରତି ହୋଇଥିବା ଅନ୍ୟାୟ ବିଷୟରେ ମୁଁ ତାଙ୍କ ସହ କଥା ହୋଇଛି। ଜଣେ ଝିଅ ଭଳି ସେ ମୋ କଥା ଶୁଣିଲେ। ମୋ ପ୍ରତି ହୋଇଥିବା ଦୁର୍ବ୍ୟବହାର ବିଷୟରେ ମୁଁ ତାଙ୍କୁ ଅବଗତ କରାଇଛି।

ସୂଚନାଯୋଗ୍ୟ ମହାରାଷ୍ଟ୍ର ସରକାର ଓ କଙ୍ଗନା ରାଣାୱତଙ୍କ ମଧ୍ୟରେ ଲଢେଇ ଚାଲିଛି। ନିକଟରେ ବିଏମସି ମୁମ୍ବଇରେ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗି ଦେଇଥିଲା, ଯାହାକୁ ନେଇ କଙ୍ଗନା ଆଜି ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂହ କୋଶିୟାରୀଙ୍କୁ ସାକ୍ଷାତ କରିବା ପାଇଁ ପହଞ୍ଚିଥିଲେ। ରାଜ୍ୟପାଳଙ୍କୁ ସାକ୍ଷାତ କରିବା ପାଇଁ କଙ୍ଗନାଙ୍କ ସହିତ ତାଙ୍କ ଭଉଣୀ ରଙ୍ଗୋଲି ମଧ୍ୟ ଯାଇଥିଲେ ।