ସେଲଫି ନେବା ବେଳେ ହାତରୁ ଖସିଲା ମୋବାଇଲ : ପାଣି ଭିତରୁ ମୋବାଇଲ ଆଣିବା ବେଳେ ନଦୀରେ ବୁଡି ଯୁବ ଇଂଜିନିୟର ମୃତ୍ୟୁ

ବୌଦ୍ଧ, ୧୪/୯ : ଆଜି ସକାଳେ ବଘିଆପଡା ଫାଣ୍ଡି ଅନ୍ତର୍ଗତ ସାଲୁଙ୍କୀ ଉପରେ ହୋଇଥିବା ପାଲଝାର୍ ଆନିକଟ୍ ନିକଟରେ ଏକ ଦୁଃଖଦାୟକ ଘଟଣା ଘଟି ଯାଇଛି । ପ୍ରକଳ୍ପ ନିକଟରେ ସେଲ୍ଫି ନେଉଥିବା ବେଳେ ଜଣେ ଯୁବକଙ୍କ ମୋବାଇଲ ଫୋନ ହାତରୁ ଖସିପଡି ଥିଲା । ଖସି ପଡ଼ିଥିବା ଫୋନକୁ ପାଣି ଭିତରୁ ଆଣିବା ପାଇଁ ସାଲୁଙ୍କୀ ନଦୀକୁ ଯୁବକ ଜଣକ ଡେଇଁ ପଡିଥିଲେ। ଫଳରେ ନଦୀରେ ବୁଡି ଯୁବ ଇଂଜିନିୟର ମୃତ୍ୟୁ ହୋଇଥିଲା। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ଉଦ୍ଧାର କରିଛନ୍ତି। ମୃତ ଇଂଞ୍ଜିନିୟରଙ୍କ ନାମ ମୁକୁନ୍ଦ ଆର(୨୨) ତାଙ୍କ ଘର ତାମିଲନାଡୁ ବୋଲି ଜଣାପଡିଛି।