ବ୍ରହ୍ମପୁର, ୧୪/୯ : ବ୍ରହ୍ମପୁର ବନାଞ୍ଚଳ ବାଲିପଡ଼ା ଅଞ୍ଚଳରୁ କଲରା ପତରିଆ ବାଘ ଚମଡା ଜବତ କରିଛି ବନ ବିଭାଗ । ଏହା ସହିତ ଗୋଟିଏ ମୋଟର ସାଇକେଲ ଜବତ ସହ ଜଣଙ୍କୁ ଗିରଫ କରିଛି । ଏନେଇ ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ୍ ନାଏକ ସୂଚନା ଦେଇଛନ୍ତି ।
ବ୍ରହ୍ମପୁର ଅଞ୍ଚଳରେ ବାଘ ଚମଡା କାରବାର ଚାଲୁଥିବାର ଖବର ପାଇଥିଲା ବନବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ୍ ବାଲିପଡ଼ା ସ୍ଥଳରେ ଚଢାଉ କରିଥିଲା ଏବଂ ସେଠାରୁ ବାଘ ଚମଡାକୁ ଜବତ କରିଛି । ତେବେ ଏହା ପଛରେ ଆଉ କାହାର ହାତ ରହିଛି କି ନାହିଁ । କେଉଁଆଡେ ଚାଲାଣ କରୁଥିଲେ ଏ ସବୁର ତଦନ୍ତ ଜାରି ରହିଛି । ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି କହିଛନ୍ତି ବ୍ରହ୍ମପୁର ଡିଏଫ୍ଓ ସୂଚନା ଦେଇଛନ୍ତି ।