ଆସନ୍ତା ବର୍ଷ ପ୍ରାରମ୍ଭରେ ଆସିବ କରୋନା ଟିକା : କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ,୧୪ /୯ : ଆସନ୍ତା ବର୍ଷ ପ୍ରାରମ୍ଭରେ କରୋନା ଟିକା ଆସିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦୃଢ ଆଶା ବ୍ୟକ୍ତ କରିଛନ୍ତି। ରବିବାର ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ୨୦୨୧ ପ୍ରଥମ ତ୍ରୟମାସିକ ମଧ୍ୟରେ କରୋନା ଟିକା ପ୍ରସ୍ତୁତ ହୋଇଯିବ। ସରକାର ଜରୁରୀ ଭିତ୍ତିରେ ଟିକା ପ୍ରସ୍ତୁତି କାର୍ଯ୍ୟ ଚଳାଇଛନ୍ତି। ଟିକା ପ୍ରସ୍ତୁତ ପରେ ଏହାକୁ ବରିଷ୍ଠ ନାଗରିକ ଓ ଜରୁରୀସ୍ଥିତିରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପ୍ରଥମେ ଦିଆଯିବ। ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ କିପରି ବୃଦ୍ଧି କରାଯାଇପାରିବ ତା’ ଉପରେ କରୋନା ଟିକା ପ୍ରଶାସନର ଜାତୀୟ ବିଶେଷଜ୍ଞ ଦଳ କାର୍ଯ୍ୟ କରୁଛନ୍ତି। ଟିକା ଉପରୁ ଲୋକଙ୍କ ଭୟ ଦୂର କରିବା ଲାଗି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରଥମ କରୋନା ଟିକା ଗ୍ରହଣ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ପ୍ରଥମ କରୋନା ଟିକା ନେଇ ଲୋକଙ୍କ ମନରୁ ଆଶଙ୍କା ଦୂର କରିବା ଲାଗି ସେ ଆଗ୍ରହୀ ବୋଲି ସେ କହିଛନ୍ତି।