ଭୁବନେଶ୍ୱର, ୧୫/୯ : ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ରାଜ୍ୟରୁ ଆଜି ଆଉ ୮ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଆଜି ମୃତ୍ୟୁ ବରଣ କରିଥିବା ୮ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ ମୃତ୍ୟୁ ସଂଖ୍ୟା ୬୪୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜି ମୃତ୍ୟୁ ବରଣ କରିଥିବା ୮ ଜଣଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩ ଜଣ ରହିଥିବାବେଳେ ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।