ବାଙ୍ଗିରିପୋଷି ଘାଟିରେ ଅଟୋକୁ ଧକ୍କା ଦେଇ ଓଲଟିଲା ଟ୍ରକ: ୨ ମୃତ

ମୟୁରଭଞ୍ଜ, ୧୬/୯ : ଆଜି ସକାଳେ ମୟୁରଭଞ୍ଜ ଜିଲା ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅଟୋକୁ ଧକ୍କା ଦେଇ ଏକ ଟ୍ରକ ଓଲଟି ପଡ଼ିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣେ ସ୍କୁଲ ଛାତ୍ର ହୋଇଥିବାବେଳେ ଅନ୍ୟଜଣକ ଅଭିଭାବକ ହୋଇଥିବା ଜଣାପଡ଼ିଛି । ଅନ୍ୟ ଗୁରୁତରଙ୍କୁ ବାଙ୍ଗିରିପୋଷି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୨ ଜଣ ମୃତ୍ୟୁ ହୋଇଥିଲା। ବିଶୋୟୀରୁ ଶୁଳିଆପଦାକୁ ଏକ ଅଟୋରେ ୧୨ ଜଣ ଯାଉଥିଲେ। ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।