ନଦୀରେ ଓଲଟିଲା ଡଙ୍ଗା : ୧୦ ନିଖୋଜ, ୨୦ ଜଣ ସୁରକ୍ଷିତ ଉଦ୍ଧାର

ରାଜସ୍ଥାନ : ରାଜସ୍ଥାନର ବୁନ୍ଦିରେ କମଲେଶ୍ୱର ଧାମକୁ ଯିବା ପାଇଁ ଡଙ୍ଗାରେ ଚମ୍ବଲ ନଦୀ ପାର ହେଉଥିବାବେଳେ ଏକ ଡଙ୍ଗା ବୁଡ଼ିଯାଇଛି। ଡଙ୍ଗାରେ ୩୦ଜଣ ଲୋକ ଥିଲେ, ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଥିଲା। ତେବେ ଅବଶିଷ୍ଟ ୧୦ ଜଣ ନିଖୋଜ ଥିବା ଜଣାପଡିଛି। ଡଙ୍ଗାରେ ଅଧିକ ଓଜନ ହେତୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଡଙ୍ଗାରେ ଥିବା ୧୪ଟି ବାଇକ୍ ମଧ୍ୟ ବୁଡ଼ିଯାଇଛି ବୋଲି ସୂଚନା ମିଳିଛି।