ଶ୍ରୀନଗର ବାଟାମାଲୁରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ଗୁଳିବିନିମୟ : ୩ ଆତଙ୍କବାଦୀ ନିହତ

ଶ୍ରୀନଗର, ୧୭/୯ : ଜମ୍ମୁ କଶ୍ମୀରର ଶ୍ରୀନଗରରେ ଥିବା ବାଟାମାଲୁ ଅଂଚଳରେସୁରକ୍ଷା ବାହିନୀ ସହ ହୋଇଥିବା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସିଆରପିଏଫର ଯବାନ ଓ ଜମ୍ମୁ କଶ୍ମୀରର ପୋଲିସ ମିଳିତ ଭାବେ ବାଟାମାଲୁ ଅଂଚଳରେ ଲୁଚିରହିଥିବା ଆତଙ୍କବାଦୀଙ୍କ ଉପରକୁ ଟାର୍ଗେଟ କରାଯାଇଛି । ତେବେ ରିପୋର୍ଟ ଲେଖାଯିବା ବେଳକୁ ଉଭୟ ସୁରକ୍ଷାବାହିନୀର ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛି ।

ଏହାପୂର୍ବରୁ ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀର ପୋଲିସ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଏକ ଗ୍ୟାଙ୍ଗକୁ ଠାବ କରିଥିଲା। ପୋଲିସ କହିଛି ଯେ କାଶ୍ମୀରର ତିନିଜଣ ଯୁବକଙ୍କର ଏକ ସଂଗଠନ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଥିବା ସୂଚନା ମିଳିଛି।