ସଦଗୁରୁ କୋଭିଡ-୧୯ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକର ଜଗତପୁରସ୍ଥିତ ସଦଗୁରୁ କୋଭିଡ-୧୯ ହସ୍ପିଟାଲରେ ଆଜି ହୋଇଥିବା ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ । ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଅଗ୍ନିଶମ ଓ ବିଦ୍ୟୁତ ବିଭାଗକୁ ମିଳିତ ଭାବେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସେ ଏକ ନୋଟିସ ଜାରି କହିଛନ୍ତି ଯେ, ଘଟଣାର ତଦନ୍ତ ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦାଖଲ କରାଯାଉ । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ସାରି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ଦାସ କହିଛନ୍ତି।