ସମ୍ବଲପୁର, ୨୩/୯: ହୀରାକୁଦ ଜଳଭଣ୍ଡାରର ୯ଟି ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏହି ଗେଟ୍ ଖୋଲାଯାଇଛି । ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୮୭ ହଜାର ୩୭୬ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୭.୮୫ ଫୁଟ୍ ରହିଛି । ଗେଟ୍ ଖୋଲିବା ନେଇ ପୂର୍ବର ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖରେ ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍ ବନ୍ଦ ହୋଇଥିଲା । ବନ୍ୟାଜଳ ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାରର ୪୬ଟି ଗେଟ୍ ଖୋଲାଯାଇଥିଲା । ଜଳଭଣ୍ଡାରକୁ ଜଳପ୍ରବେଶ, ଜଳଭଣ୍ଡାରର ଜଳସ୍ତର, ଜଳ ପରିଚାଳନା ନେଇ ରୁଲକର୍ଭକୁ ଆଧାର କରି ପର୍ଯ୍ୟାୟକ୍ରମେ ଗେଟ୍ ଗୁଡିକ ବନ୍ଦ କରାଯାଇଥିଲା ।