ଚଣ୍ଡିଖୋଲ,୨୩/୯- ( ବେଣୁଧର ପଣ୍ଡା ) : ବିଭିନ୍ନ ଦାବି ନେଇ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁରଠାରେ ଥିବା ରାମକୋ ସିମେଣ୍ଟ କାରଖାନା ଆଗରେ ତିନୋଟି ପଂଚାୟତର ବହୁ ଲୋକେ ଧାରଣା ଦେଇଛନ୍ତି ।

ରାମକୋ ସିମେଣ୍ଟ କାରଖାନା ପକ୍ଷରୁ ଦିଆ ଯାଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନ ଥିବାବେଳେ, ଜାଲ ଦସ୍ତଖତ କରି ଜମି ହାତେଇବା, ଗ୍ରାମରେ ମାଲବାହୀ ଟ୍ରକ୍ ଯିବା ଆସିବା କରିବା ଫଳରେ ରାସ୍ତାରେ ଖାଲଖମା ସୃଷ୍ଟି ହେବା, ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ମିଳିବା, ଭଳି ବହୁ ଦାବି ନେଇ, ରାମକୋ କମ୍ପାନୀର ମନମାନି କାର୍ଯ୍ୟ ନେଇ ଥାନୁଆଳ, ଆରୁହା, ହରିଦାସପୁର ପଂଚାୟତର ବହୁ ଲୋକେ କମ୍ପାନୀ ଗେଟ୍ ସମୁଖରେ ଧାରଣାରେ ବସିଛନ୍ତି । ଦାବି ପୂରଣ ନ ହେଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରି ଚେତବାନୀ ଦେଇଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ହୋଇଛନ୍ତି ।