ନୂଆଦିଲ୍ଲୀ,୨୩/୯ : ବିଶ୍ୱର ସବୁଠୁ ଚର୍ଚିତ ଓ ପ୍ରତିଷ୍ଠିତ ‘ଟାଇମ’ ମାଗାଜିନ୍ ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକା ଜାରି କରିଛି। ସେଥିରେ ସାମିଲ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କୁ ଆାମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଭଳି ପ୍ରଭାବଶାଳୀ ନେତାଙ୍କ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି । ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ପ୍ରାୟ ଦୁଇ ଡଜନ ଲୋକ ରାଜନୈତିକ କ୍ଷେତ୍ରରୁ ଜଡ଼ିତ ଅଛନ୍ତି। ଯେଉଁଥିରେ ମୋଦି ହେଉଛନ୍ତି ଏକାକୀ ଜଣେ ଭାରତୀୟ ନେତା ।
ଏମାନଙ୍କ ବ୍ୟତୀତ ଶାହିନ୍ ବାଗ ନାଗରିକତା ସଂଶୋଧନ ଆଇନକୁ ନେଇ ହୋଇଥିବା ବିରୋଧ ପ୍ରଦର୍ଶନର ଚର୍ଚ୍ଚିତ ଚେହେରା ବିଲକିସ୍ ଦାଦି , ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ରବିନ୍ଦର ଗୁପ୍ତା ଏବଂ ଗୁଗଲ୍ ସିଇଓ ସୁନ୍ଦର ପିଚାଇଙ୍କ ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ଅଛି ।