ବଲିଉଡ୍ ଡ୍ରକ୍ସ ଲିଙ୍କ ମାମଲା; ଦୀପିକା, ସାରା ଓ ଶ୍ରଦ୍ଧା ଓ ରାକୁଲପ୍ରୀତଙ୍କୁ ସମନ୍ ପଠାଇଲା ଏନସିବି

ମୁମ୍ବଇ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାର ଅନୁସନ୍ଧାନ କରୁଥିବା ଏନସିବି ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ବଲିଉଡର ଅନେକ ନାମିଦାମୀ ଅଭିନେତ୍ରୀଙ୍କ ନାମ ଡ୍ରଗ୍ସ ଲିଙ୍କରେ ସାମିଲ ଥିବା ଜଣାପଡ଼ିଛି। ଏନସିବି ଦୀପିକା ପାଦୁକୋନ, ସାରା ଅଲୀ ଖାନ, ରକୁଲ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କ ପରି ତାରକା ସମେତ ୭ ଜଣଙ୍କୁ ସମନ ଜାରି କରିଛି। ସମସ୍ତଙ୍କୁ ଆଗାମୀ ତିନି ଦିନ ମଧ୍ୟରେ ପ୍ରଶ୍ନ ପାଇଁ ହାଜର ହେବାକୁ କୁହାଯାଇଛି।

ଉଲ୍ଲେଖ ଯୋଗ୍ୟ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିଶ୍ମା ପ୍ରକାଶଙ୍କୁ ଡକାଇ ପଚରାଉଚରା କରିଥିଲା। ଦୀପିକା ଖୋଲାଖୋଲି ଭାବେ କରିଶ୍ମାଙ୍କ ସହ ଡ୍ରଗ୍ସକୁ ନେଇ ହ୍ବାଟ୍ସଆପ୍ ଚାର୍ଟ କରିଥିବା ଏନସିବି ଜାଣିବାକୁ ପାଇଥିଳା। ଦୀପିକା ତାଙ୍କ ମ୍ୟାନେଜର କରିଶ୍ମାଙ୍କୁ ମାଲ୍ ଅଛି କି ନାହିଁ ବୋଲି ଚାର୍ଟରେ ପଚାରିଛନ୍ତି ଏବଂ ଗଞ୍ଜେଇ ନୁହେଁ ଡ୍ରଗ୍ସ ଅଛି କି ନାହିଁ ବୋଲି ପଚାରିଥିବା ଜଣାପଡିଥିଲା।