ଭୁବନେଶ୍ୱରରୁ ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ ଗିରଫ

ଭୁବନେଶ୍ୱର, ୨୩/୯ : ଭୁବନେଶ୍ୱରରେ ଦିନକୁ ଦିନ ବଢିଚାଲିଛି ବ୍ରାଉନସୁଗାର କାରବାର । କିଛିଦିନ ବ୍ୟବଧାନ ପରେ ରାଜଧାନୀରୁ ଆଜି ପୁଣି ୧୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ। ଭୁବନେଶ୍ୱରରୁ ଏତେ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହିତ, ୨ ଜଣ ଚାଲାଣକାରୀଙ୍କୁ ମଧ୍ୟ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ୍‌ । ଭୁବନେଶ୍ୱର ସହିଦନଗର ଅଞ୍ଚଳରୁ ଏସବୁ ଜବତ କରାଯାଇଥିବା ଜଣାପଡିଛି । ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ ।