ଭୁବନେଶ୍ୱର, ୨୩/୯ – (ପ୍ରଦୀପ୍ତ କୁମାର ଦାସ) : ରାଜ୍ୟ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଆଜି ୯ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି । ୧୯୮୮ ବ୍ୟାଚ୍ର ଆଇପିଏଏସ ଅରୁଣ କୁମାର ରାୟ କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଏଡିଜି କମ୍ୟୁନିକେସନ ଭାବରେ ନିଯୁକ୍ତି ମିଳିଛି । ଏଡିଜି କମ୍ୟୁନିକେସନରେ ପୂର୍ବରୁ ଥିବା ଲଲିତ ଦାସଙ୍କୁ ଏଡିଜି ହେଡକ୍ୱାର୍ଟରକୁ ବଦଳି ହୋଇଛି । ସେହିପରି ୧୯୯୪ ବ୍ୟାଚ୍ର ଆଇପିଏସ ଅଧିକାରୀ ଯଶୋବନ୍ତ ଜେଠୱା କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ଏଡିଜି ଆଇନଶୃଙ୍ଖଳା ଭାବେ ନିଯୁକ୍ତି ମିଳିଛି । ଏଡିଜି ହେଡକ୍ୱାର୍ଟରରେ ଥିବା ବିନୟତୋଷ ମିଶ୍ରଙ୍କୁ ଏସଆରସିବି ନିର୍ଦ୍ଦେଶକ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି । ଅତିରିକ୍ତ ପୋଲିସ କମିଶନର ସଂଜୟ କୁମାର ସିଂଙ୍କୁ ଆଇଜି ଆଧୁନିକୀକରଣ, ଆଇଜି ଆଧୁନିକୀକରଣରେ ଥିବା ରେଖା ଲୋହାନୀଙ୍କୁ ଟୁଇନ ସିଟି ଅତିରିକ୍ତ କମିସନର ଭାବେ ବଦଳି ହୋଇଛି । ସେହିଭଳି କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରିତୁ ଅରୋରାଙ୍କୁ ଗୃହ ବିଭାଗରେ ଓଏସଡି ଭାବେ, ଏସସିଆରବି ନିର୍ଦ୍ଦେଶକ ରାଜେଶ କୁମାରଙ୍କୁ ଆଇଜି ଏଫଏସଏଲ ଭାବେ ନିଯୁକ୍ତି ମିଳିଥିବା ବେଳେ ଢେଙ୍କାନାଳ ଏସ୍ପି ଅନୁପମା ଜେମ୍ସ ଭିଜିଲାନ୍ସ ଏସ୍ପି ଭାବେ ନୂଆ ଦାୟିତ୍ୱ ମିଳିଛି ।