ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡ୍ ଆଣ୍ଟି-ଟ୍ୟାଙ୍କ ମିସାଇଲର ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ, ୨୩/୯ : ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଉତ୍ତେଜନା ମଧ୍ୟରେ ପ୍ରତିଦିନ କିଛି ନା କିଛି ନୂତନ ଯୁଦ୍ଧାସ୍ତ୍ରର ପରୀକ୍ଷଣ କରୁଛି ଭାରତ । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ) ଆଜି ଏମବିଟି ଅର୍ଜୁନ ଟ୍ୟାଙ୍କରୁ ଲେଜର-ଗାଇଡ୍ ଆଣ୍ଟି-ଟ୍ୟାଙ୍କ ଗାଇଡ୍ ମିସାଇଲ୍ (ଏଟିଜିଏମ୍) ସଫଳତାର ସହିତ ପରୀକ୍ଷଣ କରିଛି । ଏହି ମିସାଇଲ୍ ୩ କିଲୋମିଟର ଦୂରରେ ସ୍ଥିତ ନିଶାଣକୁ ସଠିକ୍ ଭାବେ ଲକ୍ଷ୍ୟଭେଦ କରି ନିମିଷକେ ମଧ୍ୟରେ ଧ୍ଵସ୍ତ କରିଛି।

ଏହି ସଫଳତା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଅହମ୍ମଦନଗରର କେ.କେ ରେଞ୍ଜ (ଏସିସି ଆଣ୍ଡ ଏସ୍) ରେ ଏମବିଟି ଅର୍ଜୁନରୁ ଲେଜର ଗାଇଡ୍ ଆଣ୍ଟି ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରକୁ ସଫଳତାର ସହ ପରୀକ୍ଷା କରିଥିବାରୁ ଡିଆରଡିଓକୁ ଅଭିନନ୍ଦନ। ନିକଟ ଭବିଷ୍ୟତରେ ଆମଦାନୀ ନିର୍ଭରଶୀଳତା ହ୍ରାସ ଦିଗରେ କାର୍ଯ୍ୟ କରୁଥିବା ଡିଆରଡିଓ ପାଇଁ ଭାରତ ଗର୍ବିତ ।