ରାଞ୍ଚି ,୨୩/୯: ଝାଡଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ ବିନୋଦ ବିହାରୀ ମହତୋଙ୍କ ଜୟନ୍ତୀ ଅବସରରେ ମ୍ୟାଟ୍ରିକ ଓ ଯୁକ୍ତ ୨ର ରାଜ୍ୟ ଟପ୍ପରଙ୍କୁ ଉପହାରରେ ଓଲ୍ଟୋ କାର ଦେଇଛନ୍ତି। ନୂତନ ବିଧାସନଭାରେ ଆୟୋଜିତ କାର୍ଯ୍ୟକ୍ରମରେ ମ୍ୟାଟ୍ରିକ ଟପ୍ପର ମନିଷ କୁମାର କଟିୟାର ଓ ଯୁକ୍ତ ୨ ବୋର୍ଡ ପରୀକ୍ଷାର ଟପ୍ପର ଅମିତ୍ କୁମାରଙ୍କୁ ଶିକ୍ଷା ମନ୍ତ୍ରୀ ଉପହାରରେ କାରର ଚାବି ଦେଇ ସମ୍ମାନିତ କରିଛନ୍ତି।
ମ୍ୟାଟ୍ରିକରେ ନେତରହାଟ ଆବାସୀୟ ବିଦ୍ୟାଳୟର ମନିଷ କୁମାର କଟିୟାର ୯୮ ପ୍ରତିଶତ ମାର୍କ ସହିତ ରାଜ୍ୟରେ ଟପ୍ପର ହୋଇଛନ୍ତି। ଅନ୍ୟପଟେ ଗିରିଡିହର ଏସଆରଏସଏସଆର ଉଚ୍ଚ ବିଦ୍ୟାଳୟ ସୁରିୟାର ଅମିତ୍ କୁମାର ୯୧.୪ ପ୍ରତିଶତ ମାର୍କ ସହିତ ଯୁକ୍ତ ୨ ବୋର୍ଡ ପରୀକ୍ଷାରେ ଟପ୍ପର ହୋଇଛନ୍ତି।