ନୂଆଦିଲ୍ଲୀ : ରେଳ ରାଷ୍ଟ୍ର ମନ୍ତ୍ରୀ ସୁରେଶ ଅଙ୍ଗାଡିଙ୍କ କରୋନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେପ୍ଟେମ୍ବର ମାସ ୧୧ ତାରିଖରେ ସେ କରୋନା ଭୂତାଣୁରେ ଆକ୍ରାନ୍ତ ହେବା ଜଣାପଡିବା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସୁରେଶ ଅଙ୍ଗାଡି କରୋନା କାରଣରୁ ପ୍ରାଣ ହରାଇବାରେ କର୍ଣ୍ଣାଟକର ଦ୍ଵିତୀୟ ସାଂସଦ। ତାଙ୍କ ପୂର୍ବରୁ ଅଶୋକ ଗଷ୍ଟିଙ୍କ ଗତ ଦିନରେ କରୋନାରେ ମୃତ୍ୟୁ ଘଟିଥିଲା।